ତୁଳସୀ ଗଛ ଶୁଖିଯିବା ପୂର୍ବରୁ କ'ଣ ସଙ୍କେତ ଦିଏ
ହିନ୍ଦୁଧର୍ମରେ ତୁଳସୀ ଗଛକୁ ପବିତ୍ର ଗଛ କୁହାଯାଇଥାଏ । ପ୍ରତ୍ୟେକଙ୍କ ଘରେ ତୁଳସୀର ଗଛ ରହିଥାଏ। ଏହି ଗଛର ସମ୍ବନ୍ଧ ନବଗ୍ରହ ସହ ରହିଛି। ତେଣୁ ଯେଉଁମାନଙ୍କ ଘରେ ପ୍ରତ୍ୟହ ତୁଳସୀ ଗଛକୁ ପୂଜାକରାଯାଇଥାଏ,ସେହି ଘରେ ରହୁଥିବା ସମସ୍ତ ପରିବାରବର୍ଗ ନବଗ୍ରହ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇଥାନ୍ତି ।
- ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ତଥା ସମ୍ବେଦନଶୀଳ ଅଟେ। ହିନ୍ଦୁଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ଦୈନିକ ଜଳ ପ୍ରଦାନ କଲେ ଦୈବୀ ଶକ୍ତି ମିଳିଥାଏ।
- ଏକ ମାନ୍ୟତା ଏହା ମଧ୍ୟ ରହିଛି ଯେ ଲୋକମାନଙ୍କର ଉଦ୍ଧାର ପାଇଁ ତୁଳସୀ ଗଛକୁ ଧରାପୃଷ୍ଠକୁ ପଠାଯାଇଥିଲା। ତୁଳସୀ ଗଛକୁ କେବଳ ଘରେ ଲଗେଇଦେଲେ ହେବନାହିଁ ଏହାର ଯତ୍ନନେବାର ମଧ୍ୟ ଆବଶ୍ୟକତା ରହିଛି। ତୁଳସୀ ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ଏକ ସକାରାତ୍ମକ ଭାବନା ବିକଶିତ ହେଇଥାଏ।
କିନ୍ତୁ ଆମର କୌଣସି ଭୁଲ ଯୋଗୁଁ ଏହି ଗଛ ଶୁଖିବାକୁ ଲାଗିଥାଏ ଏବଂ ଏହାର ପତ୍ର ଝଡ଼ିବାକୁ ଲାଗିଥାଏ। ତେଣୁ ଆଜି ଆମେ ଆପଣମାନଙ୍କୁ କହିବୁ ଯେ କେଉଁସବୁ କାରଣଯୋଗୁଁ ଏହି ଗଛ ଶୁଖିଯାଇଥାଏ ଏବଂ ଏହାର ପ୍ରତିକାର କଣ।
- ଶୀତଦିନେ ତୁଳସୀ ଗଛର ପତ୍ର ଶୀଘ୍ର ଶୁଖିଯାଏ ତେଣୁ ଏହା ତଳେ ଘିଅଦୀପ ଜାଳିବାଦ୍ୱାର ଏହା ଅଳ୍ପପରିମାଣର ଉଷ୍ମତା ପାଇଥାଏ।ଆପଣ କେବେ ମଧ୍ୟ ତୁଳସୀ ଗଛରେ ଥଣ୍ଡା ପାଣି ଢାଳିବା ଉଚିତ ନୁହେଁ। ଏହି ଗଛ ମୂଳରେ ଯଦି ଆପଣ କିଛି ଉଷୁମ ପାଣି ଦେବା କଥା।
- ଯଦି ଆପଣମାନେ ପାଣି ସହ ଯଦି କିଛି କ୍ଷୀର ମିଶାଇ ଏହି ତୁଳସୀଗଛର ମୂଳରେ ଦେବେ ଏହା ଆପଣଙ୍କୁ ଏହା ଆହୁରି ଅନେକ ଉପାଦେୟ ସାବ୍ୟସ୍ତ ହେଇପାରିବ।ଏହାଦ୍ୱାରା ପତ୍ରରେ ଆର୍ଦ୍ରତା ରହିବ ଏବଂ ଏହା ଶୀତଦିନେ ମଧ୍ୟ ସବୁଜ ଦେଖାଯିବ।
- ବ୍ରହ୍ମପୁରାଣରେ ଲେଖାହେଇଛି ଯେ ତୁଳସୀ ଗଛ ସହ ଯଦି କୌଣସି ଅନାବନା ଗଛ ବଢୁଛି ତେବେ ଏହାକୁ ସଫା କରିବାଦ୍ୱାରା ଗଛର ବିକାଶ ମଧ୍ୟ ହେବ।
ଏହି ଗଛକୁ ଲଗେଇବାର କିଛି ନିୟମମାନ ମଧ୍ୟ ରହିଛି।ତେଣୁ ଏହି ସମସ୍ତ ନିୟମ ମାନିବାଦ୍ୱାରା ଏହି ଗଛ ଅନେକ ଉପାଦେୟ ସାବ୍ୟସ୍ତ ହେଇପାରିଥାଏ।ଏହି ନିୟମଗୁଡିକୁ ମାନିବାର ଆବଶ୍ୟକତା ରହିଛି। ଯଦି ତୁଳସୀ ଗଛ ଶୁଖିଯାଉଛି ତେବେ ହେଇଯାଆନ୍ତୁ ସାବଧାନ।
ଶୁଖିଯିବା ପୂର୍ବରୁ ସଂକେତ
- ଘରେ ବା ଆପଣଙ୍କ ଉପରେ କୌଣସି ସଙ୍କଟ ଆସିବାର ଥାଏ ତେବେ ଏହାର ପ୍ରଭାବ ଆଗ ଅଗଣା ରେ ଥିବା ତୁଳସୀ ଗଛ ଉପରେ ଦେଖିବାକୁ ମିଳି ଥାଏ | ମାତ୍ର କମ ଲୋକଙ୍କୁ ଜଣାଥାଏ କି ତୁଳସୀଗଛ ଭବିଷ୍ୟତର ବିପଦକୁ ମଧ୍ଯ ଦେଖାଇଥାଏ।
- ବେଳେବେଳେ ତୁଳସୀ ଗଛ ପାଖରେ ଛୋଟ ଛୋଟ ତୁଳସୀ ଗଛ ଉଠିଥାଏ । ଯେତେବେଳେ ଏମିତି ହୁଏ ଆପଣ ବୁଝିଯିବେ ଯେ ଅପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଘର ଧନଧାନ୍ୟରେ ପୂରିହୋଇ ରାହିଥାଏ | ତେଣୁ ତାଙ୍କର ପ୍ରତିକିୟା ଦେଇଥାନ୍ତି ତୁଳସୀ ଗଛ ପାଖରେ ମଧ୍ଯ ଏହି ବିଶେଷତ୍ବ ରହିଛି । ତେଣୁ ତୁଳସୀ ଗଛ ଘରର ଅଗଣାରେ ରହିବ ନିହାତି ଆବଶ୍ୟକ |
ଗ୍ରହ ଖରାପ
- ଶାସ୍ତ୍ରରେ ତୁଳସୀ ଗଛ ର ପତ୍ର ଶୁଖିଯିବାକୁ ଅଶୁଭ ବୋଲି କୁହାଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏପରି ହେବାରୁ ଜଣାଯାଏ ସେହି ବ୍ୟକ୍ତିର ଗ୍ରହ ବର୍ତ୍ତମାନ ଖରାପ ଚାଲିଛି,ଏହାର ଶୁଖିଯିବା ସଂକେତ ତୁଳସୀ ଗଛ ଦେଇଥାଏ। ତୁଳସୀ ମନ୍ୟୁଷ ମାନଙ୍କ ପାଇଁ ଆସୁଥିବା ଅସୁବିଧା ବିଷୟରେ ଆଗରୁ ପୂର୍ବାନୁମାନ କରିଦିଏ।
- ଯେତେବବଳେ ରାହୁ ଓ କେତୁଙ୍କର ଘରଉପରେ କିମ୍ବା କୌଣସି ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ଆସିଥାଏ ସେତେବେଳେ ଘରେ ଥିବା ଗଛ ତାର ଅନୁଭବ କରିଦିଅନ୍ତି ।
- ଆପଣଙ୍କ ଗ୍ରହ ଦୋଷ ଯଦି ହେବାକୁ ଅଛି ତ ଏହି ବୃକ୍ଷ ତାର ରଙ୍ଗ ବଦଳାଏ। ତେଣୁ ଯଦି ଆପଣଙ୍କ ଉପରେ କିଛି ବିପଦ ନାହିଁ ତ ଏହି ବୃକ୍ଷ ପୁରା ସବୁଜିମା ରହିଥାଏ।
ଘରେ କୌଣସି ସମସ୍ୟା ଆସିବାର ଥାଏ
- ମାନାଯାଏ ଯେ ଯଦି ତୁଳସୀ ଗଛ ହଠାତ ଝାଉଁଳି ଶୁଖିଯାଏ ସେତେବେଳେ ବୁଝିବେଯେ ସେହି ଘରର ସଦସ୍ୟ ମାନଙ୍କ ଉପରେ କିଛି ଅସୁବିଧା ଆସିବାର ଅଛି ଏବଂ ଏହାର ବିପରୀତ ଯଦି ଅପଣଙ୍କ ଜୀବନ ଖୁସି ହବାର ଅଛି ତାହେଲେ ତୁଳସୀ ଗଛ ଭଲଭାବରେ ବଢ଼ିଥାଏ।
- ଯେତେବେଳେ ଘରେ କୌଣସି ସମସ୍ୟା ଆସିବାର ଥାଏ ବା ଅନ୍ୟକୌଣସି ସଦସ୍ୟଙ୍କର ଜୀଵନରେ ଉତ୍ଥାନ ତଥା ପତନ ହେବାକୁ ଥାଏ ସେତେବେଳେ ତୁଳସୀ ମାତା ବହୁତ ଆଗରୁ ହିଁ ସଂକେତ ଦେଇ ସତର୍କ କରାଇଦିଅନ୍ତି।
- ତେଣୁ ଯେତେବେଳେ ତୁଳସୀ ଗଛ ଶୁଖିଯିବ ତେବେ ତାହାକୁ ପ୍ରବାହିତ ଜଳ ଅବା ନଦୀ ଆଦିରେ ଭସେଇଦେବେ। ତେଣୁ ଏହି ଗଛକୁ କେବେ ଶୁଖିବାକୁ ଦିଅନ୍ତୁନାହିଁ। ଏହାର ସର୍ବଦା ଯତ୍ନ ନିଅନ୍ତୁ।
- ଏହି ବିପଦରୁ ମୁକ୍ତି ପାଇବା ପାଇଁ ସର୍ବ ପ୍ରଥମେ ଆପଣଙ୍କ ଇଷ୍ଟ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୃହରେ ଥିବା ତୁଳସୀ ଗଛକୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପରିବାର ଉପରେ ଆସୁଥିବା ବିପଦ ବାଟ ଭାଙ୍ଗି ପଳାଇ ଯାଇଥାଏ ।
ଦାରିଦ୍ରତାର କାରଣ
ଏମିତି ସମୟରେ ଆପଣ ଯେତେ ଭଲ ଧ୍ୟାନ ଦେ ଲେ ମଧ୍ଯ । ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ କୌଣସି ତୁଳସୀ ଗଛ ଶୁଖିଯାଇଛି ବା ତାର ରଙ୍ଗ ବଦଳେଇବାକୁ ଲାଗେ | ତା ହେଲେ ଏହା ଦାରିଦ୍ରତାର କାରଣ ହୋଇଥାଏ |
ଘରେ ଖରାପ ଶକ୍ତି ସୃଷ୍ଟି
ବେଳେବେଳେ ତୁଳସୀ ଗଛ ଶୁଖିଯାଇନଥାଏ ମାତ୍ର ତାର ପତ୍ର ଗୁଡିକ ହଳଦିଆ କିମ୍ବା କଳା ପଡିଯାଇଥାଏ । ତାହେଲେ ଏହାକୁ ଅଶୁଭ ବୋଲି ମାନାଯାଇଥାଏ।ଏହାଦ୍ୱାରା ଘରେ ଖରାପ ଶକ୍ତି ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ତୁଳସୀ ଗଛର ପତ୍ର ହଳଦିଆ ପଡ଼ିଯାଏ ତ ତାହେଲେ ଏହାକୁ ଝଡ଼ାଇ ଦିଅନ୍ତୁ।
ଅଧିକ ମଞ୍ଜୀରୀ ଥିବା ତୁଳସୀ
- ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛରେ ଅଧିକ ମଞ୍ଜରୀ ଅଛି ତା ହେଲେ ତାକୁ ହଟେଇ ଦିଅନ୍ତୁ କାରଣ ବାସ୍ତୁଶାସ୍ତ୍ର ଅନୁସାରେଅଧିକ ମଞ୍ଜରୀ ଥିବା ତୁଳସୀ ଗଛ କଷ୍ଟରେ ଥାଏ।
- ଯଦି ଆପଣଙ୍କ ତୁଳସୀ ଗଛ କଷ୍ଟ ରେ ଅଛି ତାହେଲେ ଆପଣଙ୍କ ପରିବାର ମଧ୍ଯ କଷ୍ଟରେ ଅଛି । ତେଣୁ ଆପଣଙ୍କ ଘରେ ଥିବା ଅଧିକ ମଞ୍ଜରୀ ତୁଳସୀ ଗଛକୁ ହଟେଇ ଦିଅନ୍ତୁ।
ମୃତ୍ୟୁ ହୋଇଥାଏ
- ଯଦି ଆପଣଙ୍କ ଘରେ କାହାର ମୃତ୍ୟୁ ହୋଇଥାଏ ତା ହେଲେ ତା ସହିତ ଜଡିତ ସମସ୍ତ ଜିନିଷ ଫିଙ୍ଗିଦିଆଯାଇଥାଏ ସେହିପରି କିଏ ଆପଣଙ୍କ ତୁଳସୀ ଗଛ ପାଖରେ ମୃତ୍ୟୁ ବରଣ କରିଥାଏ ତା ହେଲେ ମଧ୍ଯ ସେ ତୁଳସୀ ଗଛକୁ ଫିଙ୍ଗି ଦିଆଯାଇଥାଏ ଆଉ ଘରେ ନୂଆ ତୁଳସୀ ଗଛ ଲଗେଇ ଦିଅନ୍ତୁ।
- ଏବଂ ଯେତେବେଳେ ଶବ ଦାହ ବେଳେ ଶୁଖୁଲା ତୁଳସୀ କାଠ ମଧ୍ଯ ପକାଯାଇଥାଏ, ବିଶ୍ଵାସ ରହିଛି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ପାଇଁ ତୁଳସୀ କାଠ ପକାଯାଇଥାଏ, ତେଣୁ ତୁଳସୀ ଆମ ଜନ ଜୀବନ ଓ ଧର୍ମୀୟ ଭାବନା ସହିତ ଜତିତ ହୋଇ ରହିଛି । ତେଣୁ ତୂଳସୀ ବିନା ଆମ ଜୀବନ ନିରର୍ଥକ ବୋଲି ବିଶ୍ବାସ ରହିଛି ।

0 Comments
Do you have any doubts or suggestions? Ask them here in the comments!